Doesn't suit? No problem! You can return items for up to 30 days
You won't go wrong with a gift voucher. The gift recipient can choose anything from our offer.
Up to 30 days for returns
'ପଦ୍ମାବତ' ସୁଫି ସନ୍ଥକବି ଜାୟସୀଙ୍କର ଏକ ଅନବଦ୍ୟ ରଚନା। ତାଙ୍କର ଏହି ରଚନାରେ ସିଏ ପାର୍ଶୀ ମନସବୀ ପଦ୍ଧତି ଅନୁସରଣ କରିଛନ୍ତି। ତାଙ୍କର ପ୍ରାୟ କୋଡ଼ିଏଟି ରଚନାବଳୀ ମଧ୍ୟରେ 'ପଦ୍ମାବତ' ସର୍ବସମ୍ମତ ଭାବେ ଶ୍ରେଷ୍ଠ ବୋଲି ବିବେଚିତ।
ପଦ୍ମାବତର ରଚନା କାଳ ଖ୍ରୀ.୧୫୪୦ ବୋଲି କୁହାଯାଏ। ଏହି କାବ୍ୟରେ ଶେରଶାହଙ୍କ ନାମ ଉଲ୍ଲେଖ ରହିଛି। ତେଣୁ ଏହାର ରଚନା ଶେରଶାହଙ୍କ ସମକାଳୀନ ବୋଲି ଧରାହୋଇଛି।
ପଦ୍ମାବତ କାବ୍ୟରେ ଜୀବନ ଦର୍ଶନ ସୁସ୍ପଷ୍ଟ ଭାବରେ ପ୍ରତିଫଳିତ। ଜୀବନର ନଶ୍ୱରତା କଥା ବାରମ୍ବାର ଉଲ୍ଲେଖ ହୋଇଛି। କବିଙ୍କ ଦୃଷ୍ଟିରେ ମରଣର ସାଧନା ହିଁ ଏଥିରୁ ମୁକ୍ତିର ପଥ। କାରଣ ମୃତ୍ୟୁଲାଭ ପରେ ପୁନର୍ବାର ମୃତ୍ୟୁ ହୋଇପାରେନା। ଏଣୁ ସାଧୁର ମୁଖ୍ୟ ଲକ୍ଷଣ ମରଣ ଲଭିବା। ରତ୍ନସେନ ଓ ପଦ୍ମାବତୀ ଉଭୟ ପ୍ରେମର ସାଧକ ଏବଂ ପ୍ରେମ ଦ୍ୱାରା ମୃତ୍ୟୁକୁ ଜଣିବାକୁ ଚାହିଁଛନ୍ତି। ଜାୟସୀ ଭୃଙ୍ଗ ଓ କୀଟର ସମ୍ପର୍କକୁ ଗୁରୁ ଶିଷ୍ୟର ମାନ୍ୟତା ଦେଇଛନ୍ତି। କୀଟ ଭୃଙ୍ଗରେ ପରିଣତ ହୋଇ ନବ କାୟା ଲାଭ କରୁଛି। ରତ୍ନସେନ ଓ ପଦ୍ମାବତୀ କୀଟର ଜୀବନ ପରିତ୍ୟାଗ କରି ଭୃଙ୍ଗରେ ପରିଣତ ହେବାକୁ ଚାହୁଁଛନ୍ତି।
Hi! I'm Libroamiko, your book advisor.
How can I help you?